ଓପନଏଆଇର ପୂର୍ବତନ ସିଇଓ ସାମ୍ ଅଲ୍ଟମ୍ୟାନ ମାଇକ୍ରୋସଫ୍ଟରେ ଯୋଗଦେବାକୁ ଯାଉଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ମାଇକ୍ରୋସଫ୍ଟରେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗବେଷଣା କରୁଥିବା ନୂଆ ଟିମ୍ର ନେତୃତ୍ୱ ନେବେ। ମାଇକ୍ରୋସଫ୍ଟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସିଇଓ ସତ୍ୟ ନାଡେଲା ସୋମବାର ଏହା ଘୋଷଣା କରିଛନ୍ତି। ଏକ୍ସ’ରେ କରିଥିବା ଏକ ପୋଷ୍ଟରେ ନାଡେଲା ଲେଖିଛନ୍ତି, ଓପନ୍ଏଆଇ ସହ ମାଇକ୍ରୋସଫ୍ଟର ସହଭାଗିତା ବଜାୟ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।
ଆମ ଉତ୍ପାଦନର କାର୍ଯ୍ୟଯୋଜନା ଉପରେ ଆମର ଆତ୍ମବିଶ୍ୱାସ ରହିଛି। ମାଇକ୍ରୋସଫ୍ଟ ଇଗ୍ନାଇଟ୍ରେ ଆମେ ଘୋଷଣା କରିଥିବା ପ୍ରତ୍ୟେକ ଇନୋଭେଶନ ଜାରି ରଖିବୁ ଏବଂ ଆମ ଗ୍ରାହକ ଓ ପାର୍ଟନରଙ୍କୁ ସହଯୋଗ କରିବୁ ବୋଲି ନାଡେଲା କହିଛନ୍ତି। ସେପଟେ ସୋମବାର ଓପନଏଆଇ ଟ୍ବିଚ୍ର ପୂର୍ବତନ ମୁଖ୍ୟ ଏମ୍ମେଟ ଶୀୟରଙ୍କୁ ଆଗାମୀ ସିଇଓ ଭାବରେ ନିଯୁକ୍ତ କରିଛି। ସାମ୍ ଅଲ୍ଟମ୍ୟାନ ଗତ ଶୁକ୍ରବାର ଓପନ ଏଆଇରୁ ବହିଷ୍କାର କରାଯାଇଥିଲା। ଓପନଆଇ ତାଙ୍କୁ ଏହା କହି ବରଖାସ୍ତ କରିଥିଲା ଯେ, ତାଙ୍କର ଯୋଗ୍ୟତା ଉପରେ ଆଉ କମ୍ପାନିର ଭରଷା ନାହିଁ।