ସଲମାନ ଖାନଙ୍କ ଫିଲ୍ମ ସିକନ୍ଦରଙ୍କ ଘୋଷଣା ପରଠୁ ପ୍ରଶଂସକ ଉତ୍କଣ୍ଠା ବଢି ଯାଇଛି। ଆଜି ଦବଙ୍ଗ ଖାନଙ୍କ ଏହି ଫିଲ୍ମର ପ୍ରଥମ ଝଲକ ଟିଜର ଭାବେ ସାମ୍ନାକୁ ଆସିଛି। ପ୍ରାୟ ଦେଢ ମିନିଟ୍ର ଏହି ଟିଜରରେ ବନ୍ଧୁକ ଓ ମୁଖା ପିନ୍ଧିଥିବା ଶତ୍ରୁମାନଙ୍କୁ ଦେଖିବାକୁ ମିଳିଛି। ପୂର୍ବରୁ ୨୭ ଡିସେମ୍ବରରେ ସଲମାନ ଖାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ଟିଜର ମୁକ୍ତିଲାଭ କରିବା ପାଇଁ ନିର୍ଦ୍ଧାରିତ ହୋଇଥିଲା। ହେଲେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ‘ସିକନ୍ଦର’ ଟିଜରର ସମୟ ଆଜି ସକାଳ ୧୧.୦୭ରୁ ଅପରାହ୍ନ ୪.୦୫ ପର୍ଯ୍ୟନ୍ତ ପୁନଃନିର୍ଦ୍ଧାରିତ ହୋଇଥିଲା, ଯାହା ମୁକ୍ତିଲାଭ କରିବା ପରେ ଖୁବ ପ୍ରଶଂସା ସାଉଁଟୁଛି।ସଲମାନ କହୁଛନ୍ତି, ଶୁଣିଛି ମୋ ପଛରେ ବହୁତ ଲୋକ ପଡ଼ିଛନ୍ତି। ବାସ୍ ମୁଁ ପଛକୁ ଚାହିଁ ଦେଖିବାର ଅଛି। ଏତିକି କହିବା ପରେ ସଲମାନ ଶତ୍ରୁ ଉପରେ ହମଲା କରୁଛନ୍ତି। ଅଭିନେତାଙ୍କ ଜୋରଦାର ଆକ୍ସନ ଓ ଦମଦାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଟିଜରକୁ ଧମାକାଦାର କରିଛି। ଟିଜରରେ ସଲମାନଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତା କି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିନାହିଁ। ୧ ମିନିଟ୍ ୪୧ ସେକେଣ୍ଡର ଟିଜରରେ ସଲମାନ ଛାଇ ରହିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।