ଏନ୍ସିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗି ପଡ଼ିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ସୁଟିଂ କ୍ୟାନସଲ କରି ଲୀଳାବତି ହସ୍ପିଟାଲରେ ପହଞ୍ଚିଥିଲେ ଭାଇଜାନ।ସୂଚନାଯୋଗ୍ୟ, ବାବା ସିଦ୍ଦିକି ହତ୍ୟା ମାମଲାର ସୂତ୍ର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ସିଦ୍ଦିକିଙ୍କୁ ଗୁଳି କରି ଗିରଫ ହୋଇଥିବା ଉଭୟ ଅଭିଯୁକ୍ତ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଦାବି କରିଛନ୍ତି। ଏହି ଶୁଟରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୁରୁମେଲ ସିଂ, ଯିଏ ହରିୟାଣାର ବାସିନ୍ଦା। ଦ୍ୱିତୀୟ ଶୁଟର ଧରମରାଜ କାଶ୍ୟପ ୟୁପିରୁ ଆସିଛନ୍ତି। ପୋଲିସ ସୂତ୍ର ଅନୁସାରେ, ଗିରଫ ହୋଇଥିବା ଉଭୟ ଶୁଟରମାନେ ଲରେନ୍ସ ବଶ୍ନୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି। କେବଳ ଦେଢରୁ ଦୁଇ ମାସ ପୂର୍ବେ ସେ ବାବା ସିଦ୍ଦିକିଙ୍କ ଘରର ରେକି କରିଥିଲେ।ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ସହ ସଲମାନ ହସପିଟାଲରେ ବାହାରେ ଥିବା ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ସଲମାନ ବହୁତ ଦୁଃଖୀ ଥିବା ଜଣାପଡ଼ୁଥିଲା। ଗତକାଲି ‘ବିଗ୍ ବସ୍ ୧୮’ ଶୁଟିଂ ଚାଲିଥିବା ବେଳେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇଥିଲେ ଭାଇଜାନ।