ସୈଫ୍ଅଲ୍ଲୀ ଖାନଙ୍କୁ ହୋଇଛି ଛୁରାମାଡ । ଯାହା ଫଳରେ ସେ ଗୁରୁତର ଭାବରେ ଅସୁସ୍ଥ ହୋଇପଡିଥିଲେ । ଇବ୍ରାହମ ଅଲ୍ଲୀଖାନ ନିଜ ପିତା ସୈଫ ଅଲ୍ଲୀଖାନଙ୍କୁ ଅଟୋରେ ହସ୍ପିଟାଲକୁ ନେଇଯାଇଥିଲେ । ଇବ୍ରାହିମ ସୈଫଙ୍କୁ ଅଟୋ ରିକ୍ସାରେ ଏଥିପାଇଁ ନେଇଥିଲେ କାରଣ ସେହି ସମୟରେ ତାଙ୍କ ଘରେ ଡ୍ରାଇଭର ନଥିଲେ । ସୈଫ ଅଲ୍ଲୀଖାନ ଲଗାତାର ଭାବରେ କିଛି ଦିନ ଚର୍ଚାରେ ରହି ଆସୁଛନ୍ତି । ଗତ ରାତି ୨ଟାରେ ଅଭିନେତାଙ୍କ ବାନ୍ଦ୍ରାରେ ଥିବା ଘରେ ଏହି ଅଘଟଣ ହୋଇଥିଲା । ସୂଚନା ଅନୁସାରେ କୁହାଯାଇଛି ଯେ ଘଟଣା ପରେ ସୈଫଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ନିଆଯାଇଥିଲା । ଏହା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ବ୍ୟବହାର କରାଯାଉଛି। ପୋଲିସ ଦାବି କରୁଛି ଯେ ଅଭିଯୁକ୍ତ ସୈଫଙ୍କ ଘରେ କାମ କରୁଥିବା ହାଉସ ମେଡ୍ଙ୍କୁ ଭେଟିବାକୁ ଆସିଥାଇପାରେ। ସୂତ୍ର ଅନୁସାରେ, ଅଭିଯୁକ୍ତ ଜଣକ ମେଡ୍ଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସୈଫ୍ ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।