ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲ୍ଲୀ ଖାନ । ବର୍ତ୍ତମାନ ସେ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି । ଭର୍ତ୍ତି ହେବାର ୬ ଦିନ ପରେ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ତେବେ ସୈଫ ସୁସ୍ଥ ହେବା ପରେ ଉଠିଛି ପ୍ରଶ୍ନ ।ମାତ୍ର ୬ ଦିନରେ ସୈଫ ସୁସ୍ଥ ହୋଇଥିବା ନେଇ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିଛି ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି । ସୈଫଙ୍କୁ ଥରେ କି ଦୁଇ ଥର ନୁହେଁ ୬ ଥର ଛୁରୀରେ ଆକ୍ରମଣ କରାଯାଇଥିଲା । ତାଙ୍କ ପିଠିରେ ୨.୫ ଇଞ୍ଚ ପର୍ଯ୍ୟନ୍ତ ଛୁରୀ ପଶିଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ସର୍ଜରୀ ଚାଲିଥିଲା । ଏତେ ଗମ୍ଭୀର ଭାବେ ଆହତ ହେବା ପରେ ସେ ମାତ୍ର ୬ ଦିନରେ ସୁସ୍ଥ ହେବାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସମସ୍ତେ । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚାଲିଛି ଜୋରଦାର ଚର୍ଚ୍ଚା ।୧୬ ତାରିଖ ମଧ୍ୟରାତ୍ରିରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ବାନ୍ଦ୍ରା ବାସଭବନରେ ଦୁର୍ବୃତ୍ତ ଛୁରାମାଡ଼ କରିଥିଲା । ଆକ୍ରମଣ ପରେ ସୈଫଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସ୍ପିଟାଲ ନେଇଯାଇଥିଲେ । ମହାରାଷ୍ଟ୍ରର ଥାଣେରୁ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । ପୋଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।