ଏକାଠି ନଜର ଆସିବେ ବଲିଉଡର ଦୁଇ ଲୋକପ୍ରିୟ ଅଭିନେତା। ଦୀର୍ଘ ୧୭ ବର୍ଷ ପରେ ଦୁହିଁଙ୍କୁ ଦେଖିବାକୁ ମିଳିବ। ଯାହାକୁ ନେଇ ମଧ୍ୟ ଫ୍ୟାନ୍ସ ଉତ୍ସାହିତ। ବଲିଉଡ୍ର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍ ଅଲୀ ଖାନ୍ ୧୭ ବର୍ଷର ପରେ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ ମିଳିବେ। ତେବେ ମାଲୟାଲମ ଫିଲ୍ମ ‘ଓପ୍ପମ’ର ହିନ୍ଦୀ ରିମେକ୍ରେ ଉଭୟ ଅକ୍ଷୟ ଏବଂ ସୈଫ୍ଙ୍କୁ ଏକାଠି ଦେଖିବାକୁ ମିଳିବ।। ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ଶୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ। ୨୦୨୬ରେ ଏହି ଫିଲ୍ମକୁ ରିଲିଜ୍ କରାଯିବା ନେଇ ଯୋଜନା ରହିଛି। ପ୍ରକାଶ ଯେ, ୨୦୦୮ରେ ରିଲିଜ୍ ହୋଇଥିବା ‘ଟଶନ’ ଫିଲ୍ମରେ ଶେଷଥର ପାଇଁ ଉଭୟ ଅକ୍ଷୟ ଏବଂ ସୈଫ୍ ଏକାଠି ନଜରକୁ ଆସିଥିଲେ।