ସମୁଦ୍ର କୂଳରେ ଯୋଗ କରିବା ଅଭିନେତ୍ରୀଙ୍କୁ ପଡିଲା ମହଙ୍ଗା ପଡିଛି। ଚାଲିଗଲା ଜୀବନ । ଥାଇଲାଣ୍ଡର ଦ୍ୱୀପରେ ଋଷର ଅଭିନେତ୍ରୀ କମିଲା ବେଲ୍ୟାତ୍ସକାୟା ଯୋଗ ଅଭ୍ୟାସ କରୁଥିବା ବେଳେ ସମୁଦ୍ରର ଜୁଆର ମାଡି ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ସମୁଦ୍ର ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୋସିଆଲ ମିଡିଆରେ ଅଭିନେତ୍ରୀ ଜଣକ ସମୁଦ୍ରରେ ଭାସି ଯାଉଥିବାର ଫୁଟେଜ ଭାଇରାଲ ହେବାରେ ଲାଗିଛି ।ସମୁଦ୍ରରେ ଏଭଳି ବଡ଼ବଡ଼ ଲହଡ଼ି ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଥିଲା ପୋଲିସ । ଏମିତି କି ବିପଦପୂର୍ଣ୍ଣ ସ୍ଥାନରେ ଲାଲ ପତାକା ବି ଲଗାଇଥିଲା । କିନ୍ତୁ ଅଭିନେତ୍ରୀ ଏହି ସଙ୍କେତକୁ ଅବହେଳା କରି ବିପଦପୂର୍ଣ୍ଣ ସ୍ଥାନରେ ଯୋଗ କରିଥିଲେ । ଆଉ ସମୁଦ୍ରରେ ଭାସି ଯାଇଥିଲେ ।କହିବାକୁ ଗଲେ ଅଭିନେତ୍ରୀଙ୍କର ଏହା ଥିଲା ତାଙ୍କର ପସନ୍ଦର ଜାଗା। ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି। ତେବେ ଏହି ଦୁଃଖଦ ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ଏହା ଏବେ ସବୁଠି ଭାଇରାଲ ହେଉଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।