ଆଗକୁ ଆଲୋକର ପର୍ବ ଦୀପାବଳି। ଏନେଇ ବେଆଇନ ବାଣ ଗୋଦାମଗୁଡିକ ଖେଳିବା ଆରମ୍ଭ ହୋଇଯାଇଛି। ଜବତ ବାଣର ଆନୁମାନିକ ମୂଲ୍ୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଡେଲି ମାର୍କେଟର ଦୁଇଟି ସ୍ଥାନରୁ ବାଣ ଜବତ କରାଯାଇଛି । ଦୁଇ ବ୍ୟବସାୟୀ ଅଜୟ ଗୁପ୍ତା ଓ ରାକେଶ ଅଗ୍ରୱାଲଙ୍କୁ ପ୍ଲାଣ୍ଟ ସାଇଟ୍ ପୋଲିସ ଅଟକ ରଖିଛି ।ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆଗକୁ ବେଆଇନ ବାଣ କାରବାର ଉପରେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।