ଜାମ୍ମୁର ଲୋକପ୍ରିୟ ରେଡିଓ ଜକି (RJ) ଓ ସୋସିଆଲ୍ ମିଡିଆ ଇନଫ୍ଲୁଏସନର ସିମରନ୍ ସିଂଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସିମରନ୍ଙ୍କ ମୃତ ଦେହ ଗୁରୁଗ୍ରାମର ସେକ୍ଟର ୪୭ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । ସିମରନ୍ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ‘ଜମ୍ମୁ କି ଧଡ୍କନ୍’ ନାଁରେ ଲୋକପ୍ରିୟ ଥିଲେ । ରିପୋର୍ଟ ଅନୁସାରେ ୨୫ ବର୍ଷୀୟ ସିମରନଙ୍କ ସହ ରହୁଥିବା ଜଣେ ସାଙ୍ଗ ଏନେଇ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ । ପୋର୍ଟମର୍ଟମ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।