ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଅଡୁଆରେ । HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ୍ ନୋଟିସ୍ ଜାରି କରିଛି। ଏହି ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍। ହାଇବକ୍ସ ୟୁଜର୍ସଙ୍କ ଠାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ୫୦୦ରୁ ଅଧିକ ଅଭିଯୋଗ ଦାଖଲ କରାଯାଇଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।