ଜାନୁୟାରୀରେ ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି । ମୁଖ୍ୟତଃ ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି, ଯାହାକି ପାଞ୍ଚ ମାସରେ ସର୍ବନିମ୍ନ ସ୍ତର । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରେ ୫.୨୨ ପ୍ରତିଶତ ଏବଂ ଗତ ବର୍ଷ ଜାନୁୟାରୀରେ ୫.୧ ପ୍ରତିଶତ ଥିଲା ।କିଛି ଦିନ ତଳେ RBI ପାଞ୍ଚ ବର୍ଷ ପରେ ରେପୋ ହାର ହ୍ରାସ କରିଥିଲା । ଏହା ପରେ ଏବେ ମୁଦ୍ରାସ୍ଫୀତି କ୍ଷେତ୍ରରେ ମଧ୍ୟ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଏହା ସହିତ ମୁଦ୍ରାସ୍ଫୀତି ହାର RBI ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ଆସିବା ପରେ ରେପୋ ହାରରେ ପୁଣି ଥରେ ହ୍ରାସର ଆଶା ବଢ଼ିଯାଇଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।