ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବରେ ହେବା ସହ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଦୃଢ଼ ହୋଇଥାଏ। ରକ୍ତଚାପ ବା ବ୍ଲଡ୍ପ୍ରେସର ସନ୍ତୁଳିତ ରହିଥାଏ। ଯଦି ଜଣେ ବ୍ୟକ୍ତି ଚାପଗ୍ରସ୍ତ ଅଛନ୍ତି ଏଥିରୁ ସହଜରେ ମଧ୍ୟ ରକ୍ଷା ପାଇପାରିବେ। ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ। ତା’ସହ ଚାପ, ଅବସାଦ ପରି ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିଥାଏ।ଶରୀରକୁ ଫିଟ୍ ରଖିବା ପାଇଁ ଯୋଗକୁ ହିଁ ଏକ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଏହାଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଯୋଗ ଓ ପ୍ରାଣାୟାମ ଦିନକୁ ଥରେ କରିବା ଉଚିତ |