ଓଜନ ବୃଦ୍ଧିର ଅନ୍ୟ ଏକ ମୁଖ୍ୟ କାରଣ କମ୍ ପରିମାଣରେ ଶୋଇବା । ସଠିକ୍ ସମୟ ପର୍ଯ୍ୟନ୍ତ ନଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିଦ ପୂରଣ ନହେଲେ ଶରୀରରେ ଏକ ପ୍ରକାର ହରମୋନ ଅସନ୍ତୁଳନ ହୋଇଥାଏ । ଫଳରେ ଅଧିକ ଭୋକ ଲାଗିବା ସହ ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।ଅଫିସ ହେଉ ଅଥବା ଘରେ, ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ଥାଏ । ଅନେକ ଦାୟିତ୍ୱ ମଧ୍ୟ ଥାଏ । ଫଳରେ ଚିନ୍ତା ଲାଗି ରହିଥାଏ । ମାନସିକ ଦୁଃଶ୍ଚିନ୍ତାରେ ରହିଲେ ଓଜନ ବୃଦ୍ଧି ହୋଇଥାଏ ।ଓଜନ ବୃଦ୍ଧିର ସବୁଠାରୁ ମୁଖ୍ୟ କାରଣ ହେଉଛି, ଭୁଲ୍ ଖାଦ୍ୟପେୟ । ପରିବାର ଯତ୍ନ ନେଉଥିବା ମହିଳା ଅଧିକାଂଶ ସମୟରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଭୁଲ୍ ସମୟରେ ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧିର ସାମ୍ନା କରିବାକୁ ପଡିଥାଏ ।