ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ , ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ରତ୍ନ ଭଣ୍ଡାର । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ । ସେହିପରି ରତ୍ନ ଭଣ୍ଡାର ଗଠନମୂଳକ ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ଅସୁବିଧା ଶହେ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ । ତାକୁ ନଜର ରଖି ମରାମତି କରାଯାଇଛି ।ଆମେ ଶେଷ ସ୍ଥିତିରେ ପହଞ୍ଚି ସାରିଛୁ । ରତ୍ନ ଭଣ୍ଡାରର ମରାମତି ସରିବା ପରେ ବାକି କାମ ଯାହା ରହିଲା ମହାପ୍ରଭୁଙ୍କ ଅଳଙ୍କାର ସିନ୍ଧୁକ ଭିତରକୁ ଯିବ । ତାପରେ ଗଣତିମଣତି ଆରମ୍ଭ ହେବ । ମହାପ୍ରଭୁ ନୀଳାଦ୍ରିବିଜେ ହେବା ପରେ ଆରମ୍ଭ ହେବ ପ୍ରକ୍ରିୟା ।