ଖ୍ୟାତନାମା ଗାୟକ ତଥା ରାପର ବାଦ୍ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି।ଗୁରୁଗ୍ରାମ ସେକ୍ଟର ୬୮ରେ ପଞ୍ଜାବୀ ଗାୟକ କରନ ଔଜଲାଙ୍କ ମ୍ୟୁଜିକ କନସର୍ଟ ଶୁଣି ଫେରିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିଲେ ବାଦଶାହ।ପୁଲିସର ସୂଚନା ଅନୁସାରେ କନସର୍ଟରୁ ଫେରିବା ବେଳେ ବାଦଶାହଙ୍କ ଗାଡ଼ି ରଙ୍ଗ ରୁଟ୍ରେ ଯାଉଥିଲା। ଯାହାଫଳରେ ଟ୍ରାଫିକ ପକ୍ଷରୁ ଗାଡ଼ିର ସିସିଟିଭି ଫୁଟେଜ ନିଆଯାଇଛି। ୧୫ ହଜାରରୁ ଅଧିକ ଟଙ୍କାର ନୋଟିସ୍ ପଠାଯାଇଛି। ତେବେ ଗାଡ଼ିଟି ବାଦଶାହଙ୍କ ନାଁରେ ରେଜିଷ୍ଟର ହୋଇ ନଥିବା ଜଣାପଡ଼ିଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।