ନିକଟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ପ୍ରସବ ପୂର୍ବରୁ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ବାହାରେ ସ୍ପଟ କରାଯାଇଥିଲା।ପାଦୁକୋନ୍ ଏବଂ ସିଂ ପରିବାରର ଅପେକ୍ଷା ଶେଷ ହୋଇଛି । ବିବାହର ୬ ବର୍ଷ ପରେ ଅଭିନେତ୍ରୀ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଦୀପିକା ଓ ରଣବୀରଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଭିନେତ୍ରୀ ତାଙ୍କ ପ୍ରେଗ୍ନେସି ଫଟୋଶୁଟ କରିଥିଲେ। ଏହାର ଥିମ୍ ବ୍ଲାକ ରହିଥିଲା। ଦୀପିକାଙ୍କ ସହ ରଣଭୀର ସିଂଙ୍କୁ ମଧ୍ୟ କିଛି ଫଟୋରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଅଭିନେତ୍ରୀ ତାଙ୍କ ବେବେି ବମ୍ପ ପ୍ଲାଣ୍ଟ କରୁଥିବା ଦେଖାଯାଇଥିଲା। ଏହି ଫଟୋଗୁଡ଼ିକ ମାଧ୍ୟମରେ ଅଭିନେତ୍ରୀ ଅନେକ ଟ୍ରୋଲରକୁ ମଧ୍ୟ ଚୁପ କରିଦେଇଥିଲେ। ସୂଚନାଯୋଗ୍ୟ, ଅନେକ ପ୍ରଶଂସକ ଦୀପିକାଙ୍କ ବେବେି ବମ୍ପକୁ ଫେକ୍ ବୋଲି କହି ତାଙ୍କୁ ଟ୍ରୋଲ କରୁଥିଲେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।