ଗତ ୭ ତାରିଖରେ ଜଣେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଭଣ୍ଡବାପା କୈବଲ୍ୟ ଜାନି ଅପହରଣ କରିନେଇଥିବା ଅଭିଯୋଗ ଆଣିଥିଲେ। ତିଗିରିଆ ଅଞ୍ଚଳରେ ଥିବା ବାବାଙ୍କ ସୁତୀକ୍ଷ୍ଣ ଆଶ୍ରମରେ ଢେଙ୍କାନାଳ ଏବଂ ତିଗିରିଆ ପୁଲିସ ମିଳିତ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଚଢ଼ାଉ ସମୟରେ ବାବାଙ୍କ କାରରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଅନେକ ଫଟୋ ବି ମିଳିଥିଲା, ଯାହା ଅତ୍ୟନ୍ତ ଅଶ୍ଳୀଳ ରହିଥିଲା। ଯୁବତୀଙ୍କ ସହିତ ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୁଲିସ ହାତରେ ଲାଗିଥିଲା। ଏବେ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଏବେ ବାବାଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ତେବେ ରଙ୍ଗୀଲା ବାବା ହେଉଛନ୍ତି କୈବଲ୍ୟ ଜାନି। ତାଙ୍କର କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ଆଶ୍ରମ।
ବାବା ସେଠାରେ ନିଜ ସମର୍ଥକଙ୍କ ସହ ରୁହନ୍ତି। ପ୍ରତିଦିନ ବାବାଙ୍କ ପାଖରେ ଲାଗେ ଗହଳି ଚହଳି। ବାବା ନାଲି ଓ ଅଳଦୀଆ ଧୋତି ପରିଧାନ କରି ନିଜର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଓ ମନୋସ୍କାମନା ପୂରଣ କରନ୍ତି।ଢେଙ୍କାନାଳ ପୋଲିସ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ଯୁବତୀ ଜଣଙ୍କୁ ଅପହରଣ କରାଯାଇଥିଲା ନା ଯୁବତୀ ଜଣଙ୍କ ନିଜ ଇଚ୍ଛାରେ କେଉଁଆଡେ ଚାଲି ଯାଇଥିଲେ ତାକୁ ନେଇ ତଦନ୍ତ କରୁଛି ।ତେବେ ଆଶ୍ରମରେ ବନ୍ଦୀ ହୋଇ ରହିଥିବା ଶୁଆ ଗୁଡ଼ିକୁ ଉଦ୍ଧାର କରିଛି ଆଠଗଡ଼ ବନ ବିଭାଗ । ଶୁଆ ଗୁଡ଼ିକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।