ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ବଲିଉଡର ଡ୍ରାମା କୁଇନ୍ କୁହାଯାଏ। ନିଜର ବୟାନ ପାଇଁ ସେ ପ୍ରାୟତଃ ବିବାଦରେ ରହିଥାଆନ୍ତି।ରାଖୀ ସାଓ୍ବନ୍ତ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି ଖାନ୍, ଯିଏକି ଜଣେ ପାକିସ୍ତାନୀ ଅଭିନେତା।ଏନେଇ ରାକ୍ଷୀ କହିଛନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ପାକିସ୍ତାନ ଯାଇଥିଲି। ମୋତେ ଅନେକ ବିବାହ ପ୍ରସ୍ତାବ ମଧ୍ଯ ମିଳିଥିଲା। ଏବେ ଏହାରି ମଧ୍ୟରେ ରାକ୍ଷୀଙ୍କ ସହ ଡୋଡି ଖାନ ନାମକ ଜଣେ ବ୍ଯକ୍ତିଙ୍କ ନାମ ଯୋଡି ହୋଇଛି। ତେବେ ବିବାହ ପାକିସ୍ତାନରେ ହିଁ ହେବ ଏବଂ ଇସଲାମିକ ସଂସ୍କୃତି ଅନୁସାରେ ହେବ। ଭାରତରେ ରିସେପସନ ହେବାକୁ ଥିବା ବେଳେ ହନିମୁନ ସ୍ୱିଜରଲ୍ୟାଣ୍ଡ କିମ୍ବା ନେଦରଲ୍ୟାଣ୍ଡ ହେବ ବୋଲି ରାକ୍ଷୀ କହିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।