ଚଳଚ୍ଚିତ୍ର ଅଭିନେତା ରାଜପାଲ ଯାଦବଙ୍କ ପିତାଙ୍କ ଦେହାନ୍ତ । ଗତ କିଛି ଦିନ ସେ ଧରି ଅସୁସ୍ଥ ଥିଲେ। ଏନେଇ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜପାଲ ଯାଦବ ଥାଇଲ୍ୟାଣ୍ଡରେ ଥିଲେ। ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ।ବୁଧବାର ରାଜପାଲଙ୍କୁ ହତ୍ୟା ଧମକ ମିଳିଥିଲା। ଇମେଲରେ ‘ବିଷ୍ଣୁ’ ଲେଖାଯାଇଥିବାରୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକ ଦିଆଯାଇଥିବା ସନ୍ଦେହ କରାଯାଉଛି। ରାଜପାଲ ମଧ୍ୟ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।ଧମକପୂର୍ଣ୍ଣ ଇମେଲର ଶେଷରେ ‘ବିଷ୍ଣୁ’ ଲେଖାଯାଇଛି। ଏହି କାରଣରୁ, ସମସ୍ତ ସନ୍ଦେହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ଆସୁଥିବା ନେଇ ମନେ ହେଉଛି। ଏହି ପ୍ରସଙ୍ଗରେ ସେପରି କୌଣସି ଅଫିସିଆଲ ବିବୃତ୍ତି ସାମ୍ନାକୁ ଆସି ନାହିଁ। ଧମକ ପରେ ରାଜପାଲ ଅଭିଯୋଗ ଦାଖଲ କରିଥିଲେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।