ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି |ସୂଚନାନୁସାରେ, ରଜନୀକାନ୍ତଙ୍କୁ ତାଙ୍କ ଡାକ୍ତରମାନେ କିଛି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ’ବୈତାୟାନ’ର ପ୍ରମୋସନ କରିପାରିବେ ନାହିଁ। ଅକ୍ଟୋବର ୧୦ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହା ଏକ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର, ଯେଉଁଥିରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି।ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ କରି ପରିବାର ଲୋକଙ୍କ ନିକଟରୁ ରଜନୀକାନ୍ତ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସମେତ ରାଜନୀତି ଓ ଅନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ ବି ସୋଶାଲ ମିଡିଆରେ ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।