ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ କର ଯାଏ ।ସେଥି ମଧ୍ୟ ରୁ ରଜ ପର୍ବ ତି ଅନ୍ୟ ତମ । ପୃଥିବୀ ମା ଙ୍କୁ ଏହି ଦିବସରେ ପୂଜା କର ଯାଏ ।ପ୍ରଚଣ୍ଡ ତାପରେ ବ୍ୟଥିତ ପୃଥିବୀ ଆଷାଢ଼ ର ପ୍ରଥମ ବର୍ଷା କୁ ସ୍ଵାଗତ କରିଥାଏ ।ବର୍ଷ ରn ପ୍ରଥମ ଜଳ ଧାରା ରେ ପୃଥିବୀ ଶସ୍ୟ ଉତ୍ପାଦନ କରିବା ପାଇଁ ଶକ୍ତି ଲାଭ କରିଥାଏ ।ଫଳର ପୂର୍ବରୁ ବୁଣା ଯାଇଥିବା ଶସ୍ୟ ସବୁର ଅଙ୍କୁରୋଦ୍ଗମ ହୋଇଥାଏ ।ଏବଂ ବର୍ଷା ପାଣି ପାଇ ତାହା ଧୀରେ ଧୀରେ ବଢ଼ିବାକୁ ଲାଗେ । ଏହି ସମୟରେ ବସୁମତି ଯୌବନାବସ୍ଥା ପ୍ରାପ୍ତ ହୋଇଥିବା ଜଣେ ସ୍ତ୍ରୀ ସହିତ ତୁଳନା କରାଯାଏ ।ଫଳରେ ପୃଥିବୀ ହୁଏ ଶସ୍ୟ ଶ୍ୟାମଳ ।ରାଜା ପରେ ପରେ ଚାଷୀ କୁ ଆଊ ବେଳ ନଥାଏ ।ସକାଳୁ ସଜାଯାଏ ସେ ଚାଷ କାମରେ ଲାଗେ ।ତାହା ପୂର୍ବରୁ ଏହି ପର୍ବ ଦ୍ଵାରା ମନକୁ ଉତ୍ସାହ ଓ ଆନନ୍ଦ ମିଳିଥାଏ ।ରଜ କୃଷି ଭିତ୍ତିକ ପର୍ବ ହେଲେ ହେଁ ସମସ୍ତେ ଆନନ୍ଦ ଉତ୍ସବ ରେମତି ଥାଆନ୍ତି ।ବିଶେଷ କରି ନାରୀ ଓ ଝିଅ ମାନଙ୍କର ଏହା ହେଉଛି ଆନନ୍ଦ ର ପର୍ବ । ଏ ପର୍ବ ପାଳନ ପଛରେ ଯେତିକି ଧର୍ମ ଭାବନା ନାହିଁ ତ ଠାରୁ ଅଧିକ ରହିଛି ଜୀବନ ଦର୍ଶନ ।ବିଜ୍ଞାନ ସମ୍ମତ କାରଣ ତଥା ଓଡ଼ିଶା ର ସାମାଜିକ ତଥା ଅର୍ଥନୈତିକ ଜୀବନ ଧାରା ର ନିଛକ ପ୍ରତି ଫଳନ ।ଏହି ପର୍ବ ଓଡ଼ିଶାରେ ସାମୁହିକ ଭାବେ ପାଳନ କରାଯାଉଥିବାରୁ ଏହାକୁ ଓଡ଼ିଶା ର ଜାତୀୟ ପର୍ବ କହିଲେ ଭୂଲ୍ ହେବ ନାହିଁ।