ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ରାଫେଲ ନାଡାଲ ଆଜି ନିଜର ପ୍ରିୟ ଖେଳକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି। ୨୨ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ ବେଶ ଭାବବିହ୍ୱଳ ହୋଇ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ। ଏହାପରେ ସେ ଆଉ ଦେଶ ପାଇଁ ଟେନିସ ଖେଳୁଥିବାର କେହି ଦେଖିବାକୁ ପାଇବେ ନାହିଁ।୨୨ ଥର ଗ୍ରାଉଣ୍ଡ ସ୍ଲାମ ଜିତିଥିବା ଏହି ଷ୍ଟାର ଟେନିସ ଖେଳାଳି ଜଣଙ୍କ ରେକର୍ଡ ୧୪ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି। ନାଡାଲଙ୍କ ନାଁରେ ମୋଟ ୯୨ ଏଟିପି ଟାଇଟଲ୍ସ ରହିଛି।