ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ବର୍ତ୍ତମାନ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାଜସ୍ଥାନର ଉଦୟପୁରରେ ବିଜନେସମ୍ୟାନ୍ ଭେଙ୍କଟ ସାଇ ଦତ୍ତାଙ୍କ ସହ ସାତ ଫେରା ନେଇଛନ୍ତି । ସିନ୍ଧୁ ଏବଂ ଭେଙ୍କଟ ଡିସେମ୍ବର ୨୨ରେ ବିବାହ କରିଥିଲେ। ବିବାହ ସମାରୋହକୁ ବହୁତ ବ୍ୟକ୍ତିଗତ ଭାବେ ରଖାଯାଇଛି। ସିନ୍ଧୁ ଏପର୍ଯ୍ୟନ୍ତ ତାଙ୍କ ବିବାହ ଫଟୋ ଶେୟାର କରିନାହାଁନ୍ତି। ତେବେ ଏହି ବିବାହରେ ଜଡିତ ଥିବା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଉଭୟଙ୍କ ବିବାହ ଫଟୋ ଶେୟାର କରିଛନ୍ତି। ସିନ୍ଧୁଙ୍କ ବିବାହରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ । ବିବାହରେ କେବଳ ନିକଟ ସଂପର୍କୀୟ ଏବଂ ପରିବାର ଲୋକଙ୍କ ସହ ରାଜନେତା ସାମିଲ ଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।