ଲ୍ମ ‘ପୁଷ୍ପା-୨: ଦି ରୁଲ୍’ ସମଗ୍ର ୱାର୍ଲଡ୍ ୱାଇଡ୍ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଅନେକ ପରିବର୍ତ୍ତନ ପରେ ନିର୍ମାତାମାନେ ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ଲୋକମାନେ ଫିଲ୍ମର ପ୍ରଥମ ଭାଗକୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ଲୋକମାନେ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।ତେବେ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ର ୧ ହଜାର କୋଟି ଟଙ୍କାର ବ୍ୟବସାୟ କରିପାରିଥିବା ଫିଲ୍ମ କ୍ଲବ୍ରେ ସାମିଲ ହୋଇପାରିଛି। ରିପୋର୍ଟ ଅନୁଯାୟୀ, ‘ପୁଷ୍ପା ୨’ ନିଜର ଥିଏଟ୍ରୀକାଲ ରାଇଟ୍ସକୁ ୬୪୯ କୋଟିରେ ବିକ୍ରି କରିଛି। ସେହିପରି ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ନିଜର ଷ୍ଟ୍ରିମିଂ ରାଇଟ୍ସରୁ ମଧ୍ୟ ଭଲ ରୋଜଗାର କରିଛି। ଫିଲ୍ମଟି ନିଜର ଡିଜିଟାଲ୍ ରାଇଟ୍ସକୁ ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସକୁ ୨୭୫ କୋଟି ଟଙ୍କାରେ ବିକ୍ରି କରିଛି। ସେହିପରି ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ରାଇଟ୍ସ ୬୫ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାର ସାଟେଲାଇଟ ରାଇଟ୍ସକୁ ମଧ୍ୟ ନିର୍ମାତାମାନେ ବିକ୍ରି କରି ୮୫ କୋଟି ଟଙ୍କା ରୋଜଗାର କରିଛନ୍ତି। ଅନ୍ୟପକ୍ଷରେ ଫିଲ୍ମର ନିର୍ମାତା ଏହାର ନନ୍ ଥିଏଟ୍ରୀକାଲ୍ ରାଇଟ୍ସକୁ ବିକ୍ରି କରି ୪୨୫ କୋଟି ଟଙ୍କା ରୋଜଗାର କରିଛନ୍ତି।