ଡିସେମ୍ବର ୫ ତାରିଖରେ ରିଲିଜ୍ ହୋଇଥିବା ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’ ଲଗାତର ବକ୍ସ ଅଫିସ୍ରେ ରେକର୍ଡ କରୁଛି । ତୃତୀୟ ଦିନରେ ଏହା ବିଶ୍ୱସ୍ତରରେ ୫୯୮.୯୦ କୋଟି ବ୍ୟବସାୟ କରିଛି । ଭାରତୀୟ ବକ୍ସ ଅଫିସ୍ରେ ଫିଲ୍ମର କଲେକସନ୍ ରହିଛି ୩୮୭.୯୫ କୋଟି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ରବିବାର ରାତି ୧୧ଟା ସୁଦ୍ଧା ବିଶ୍ୱବ୍ୟପୀ ‘ପୁଷ୍ପା ୨’ ଚଳଚ୍ଚିତ୍ର ୭୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ୭୫୦ କୋଟି କ୍ଲବ୍ରେ ସାମିଲ ହୋଇଥିବାନେଇ ସିନେ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।ସୂଚନାଥାଉକି, ରିଲିଜ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱସ୍ତରରେ ପ୍ରାୟ ୪୧୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଭାରତୀୟ ବକ୍ସ ଅଫିସ୍ରେ ଫିଲ୍ମର କଲେକ୍ସନ୍ ୨୬୫ କୋଟି ରହିଥିଲା । ଏହା ପୂର୍ବରୁ ଓପନିଂ ଡେ’ରେ ‘ପୁଷ୍ପା-୨’ ସାରା ବିଶ୍ୱରେ ୨୯୪ କୋଟି ରୋଜଗାର କରିଥିଲା । ଭାରତୀୟ ବକ୍ସ ଅଫିସ୍ରେ ଫିଲ୍ମର ଆୟ ୧୭୫.୧ କୋଟି ରହିଥିଲା ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।