ହାଇକୋର୍ଟ ସମେତ ସମସ୍ତ ଆଇନ ଅଦାଲତ ମାନଙ୍କରେ ଖୁବଶୀଘ୍ର ନିଯୁକ୍ତ ହେବେ ସରକାରୀ ଓକିଲ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ମନମୋହନ ସାମଲ |ଗୁରୁବାର ହାଇକୋର୍ଟ ବାର୍ ସମେତ କ୍ୟାଟ୍ ବାର୍ ଆସୋସିଏସନକୁ ଏକ ସୌଜନ୍ୟମୂଳକ ଗସ୍ତରେ ଆସିଥିଲେ । ଏହି ସମୟରେ ହାଇକୋର୍ଟ ବାର୍ ତରଫରୁ ବିଜେପି ସଭାପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଇନଜୀବୀ କଲ୍ୟାଣ ପାଣ୍ଠି ପାଇଁ ମ୍ୟାଚିଂ ଗ୍ରାଣ୍ଟ ବୃଦ୍ଧି କରାଇବା ଭଳି କେତେକ ଦାବିକୁ ଉପସ୍ଥାପନ କରିଛନ୍ତି ବିଭିନ୍ନ ଓକିଲ ସଙ୍ଘ । ତେବେ ସେ ବାବଦରେ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।