ଯାଜପୁର ବିଧାନସଭା ଦେଖିପାରେ ଉପନିର୍ବାଚନ, ଇସାରା ଦେଲେ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ (ବବି)। ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ପଦଯାତ୍ରା କରିଛି। ଏହି ଅବସରରେ ନେତା ମାନେ ନିଜ ନିଜ ଅଞ୍ଚଳରେ ପଦଯାତ୍ରା କରିଛନ୍ତି। ଆଉ ବବି ଯାଜପୁରରେ ପଦଯାତ୍ରା ସମାବେଶରେ ଯୋଗ ଦେଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।ସଭାରେ କର୍ମୀଙ୍କ ଉପସ୍ଥିତିରେ ସେ କହିଛନ୍ତି, କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନୀବନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ।