ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଲାଗିରହିଥିବାବେଳେ ପୁଣି ବ୍ରହ୍ମପୁରରୁ ଆସିଛି ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକା ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଥାନା ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟପେଟା ଛକରେ ବାଜପେୟୀ ଆରୋଗ୍ୟଦାମ ନାମକ କ୍ଲିନିକରେ ଏହି ଘଟଣା ଘଟିଛି । କ୍ଲିନିକର ମାଲିକ ଭବାନୀ ଶଙ୍କର ଦାସ ଓ ଦୁଇ ମହିଳା ସହଯୋଗୀ ପ୍ରିୟଙ୍କା ସାହୁ ଓ ଜଣେ ବୟସ୍କା ମହିଳାଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଭବାନୀ ଜଣେ ନକଲି ଡାକ୍ତର ବୋଲି ଜଣା ପଡିଛି ।ତଦନ୍ତକ୍ରମେ ପୁଲିସ ବାଜପେୟୀ ଆରୋଗ୍ୟଧାମର ମାଲିକ ଡା.ଭବାନୀ ଶଙ୍କର ଦାଶଙ୍କ ସମେତ ଦୁଇ ମହିଳାଙ୍କୁ ଗିରଫ କରିଛି। ଦୁଇଜଣ ମହିଳା ଭବାନୀଙ୍କୁ ସହଯୋଗ କରିଥିଲେ।ଜଣେ ପରିଚିତ କରାଇଥିଲେ ଏବଂ ଅନ୍ୟ ଜଣେ ପାଣି ପିଇବାକୁ ଦେଇଥିଲେ। ଆହୁରି ମଧ୍ୟ ତଦନ୍ତରୁ ଜଣାପଡ଼ିଛି ଯେ, ଭବାନୀଙ୍କ ହୋମିଓପାଥିକ ଡାକ୍ତର ସାର୍ଟିଫିକେଟ ନକଲି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।