କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୫ ହଜାର ଟଙ୍କା ନେଇ ୬ ୟୁନିଟ ଭୁଲ ପ୍ଲାଟେଲେଟ୍ ଯୋଗାଇଥିବା ଅଭିଯୋଗରେ ଜଣେ ଦଲାଲକୁ ପୁଲିସ ଗିରଫ କରିଛି। ଗିରଫ ଦଲାଲଙ୍କ ଠାରୁ ୬ ପ୍ୟାକେଟ ବ୍ଲଡ ପ୍ଲେଟଲେଟ ଜବତ କରିଛି ପୁଲିସ।କଟକ ମହାନଦୀ ବିହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ AB ନେଗେଟିଭ ପ୍ଲେଟଲେଟ ଆବଶ୍ୟକ ଥିଲା। ସେଥିପାଇଁ ତାଙ୍କ ସମ୍ପର୍କୀୟମାନେ ବିଡ଼ାନାସୀ ଅଞ୍ଚଳରେ ଭଡ଼ାରେ ରହୁଥିବା ବାପି ଓରଫ ଅଜୟ କୁମାର ନାୟକଙ୍କୁ ବ୍ଲଡ ପ୍ଲେଟଲେଟ ପାଇଁ କହିଥିଲେ। ୬ଟି ପ୍ଲେଟଲେଟକୁ ୬୦୦୦ ଟଙ୍କା ନେବେ ବୋଲି କହିଥିଲେ ଅଜୟ। ପରେ ରୋଗୀଙ୍କ ସଂପର୍କୀୟ ଏ ନେଇ ପଚାରିବାରୁ ପ୍ୟାକେଟ ଉପର ଲେଖାକୁ କଟାକଟି କରି ନେଗେଟିଭ୍ ଲେଖିଦେଇ ରୋଗୀଙ୍କ ସଂପର୍କୀୟଙ୍କୁ ଦେଇଥିଲେ। ଅଭିପୋଗ ପାଇବା ପରେ ପୁଲିସ ଅନୁସନ୍ଧାନ କରି ଅଭିଯୁକ୍ତ ଦଲାଲକୁ ଗିରଫ କରିବା ସହ ୬ ୟୁନିଟ ପ୍ଲାଟେଲେଟ୍ ଓ ୬ଟି ବ୍ୟାଗ୍ ଜବତ କରିଛି।