ଶ୍ରାଦ୍ଧ କର୍ମରେ କଳା ରାଶି ବ୍ୟବହାରର ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଏଥିପାଇଁ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧା ଦେବା ସମୟରେ କଳା ରାଶି ଓ କୁଶ ନିଶ୍ଚିତ ଭାବରେ ପାଣିରେ ମିଶିଯାଏ। ଏହା ବିନା ପୂର୍ବପୁରୁଷମାନେ ମୁକ୍ତି ପାଆନ୍ତି ନାହିଁ। ପିତୃପକ୍ଷ ଭଦ୍ରପଦ ମାସର ପୂର୍ଣ୍ଣିମା ତିଥିରୁ ଅଶ୍ୱିନ ମାସର କୃଷ୍ଣପକ୍ଷର ଅମାବାସ୍ୟ ତିଥି ପର୍ଯ୍ୟନ୍ତ ରହିଥାଏ। ଚଳିତ ଥର ୧୮ ସେପ୍ଟେମ୍ବରରୁ ପିତୃପକ୍ଷ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨ରେ ଏହା ଶେଷ ହେବ। ପିତୃପକ୍ଷରେ ଓସ୍ତ ଗଛ ତଳେ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ପୂଜା କରିବା ଦ୍ୱାରା ପରିବାରକୁ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହାସହିତ ଯଦି ପିତୃପକ୍ଷରେ ଆପଣଙ୍କ ଘରେ ଅଶାନ୍ତି ବାତାବରଣ ହେଉଛି ତେବେ ଏକାଦଶୀରେ କ୍ଷୀରରେ କଳା ରାଶି ମିଶାଇ ଓସ୍ତ ଗଛ ତଳେ ଅର୍ପଣ କରିବା ଦ୍ୱାରା ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ।