ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର ।ଆଇପିଏସ୍ ପ୍ରତୀକ ସିଂଙ୍କ ଜାଗା ନେଲେ ପିନାକ ମିଶ୍ର । କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଥିଲେ । ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ପ୍ରତୀକ ସିଂହଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଭୁବନେଶ୍ୱରର ଡିସିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ତେବେ ବିଜ୍ଞପ୍ତି ପ୍ରକାଶ ପାଇଁ ପରେ ସମସ୍ତ ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏହିକ୍ରମରେ ଗୁରୁବାର ଦିନ ଆଇପିଏସ୍ ପିନାକ ମିଶ୍ର ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।