କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ସୂତୀକ୍ଷ୍ମ ଆଶ୍ରମ। ଆଉ ସେହି ଆଶ୍ରମର ମହନ୍ତ ଅଛନ୍ତି କୈବଲ୍ୟ ଜାନି ବାବା। ନିଜକୁ ସେ ଜଣେ ସାଧକ ବୋଲି ପରିଚୟ ଦିଅନ୍ତି। ବାବା କପାଳରେ ସିନ୍ଦୂର ତିଳକ ଲଗାନ୍ତି ଓ ନାଲି, ହଳଦୀ ରଙ୍ଗର ଧୋତି ପରିଧାନ କରନ୍ତି। ତାଙ୍କର ବହୁ ଅନୁଗାମୀ ଅଛନ୍ତି। ପ୍ରତିଦିନ ଆଶ୍ରମରେ ପୂଜାପାଠ ହୋଇଥାଏ। ତେଣୁ ଭକ୍ତଙ୍କ ଆଗମନ ହୋଇଥାଏ। ଏବେ ଶାରଦୀୟ ଉତ୍ସବ ଚାଲିଥିବାରୁ ଆଶ୍ରମରେ ମାଆଙ୍କ ଆରାଧନା କରାଯାଉଛି।ଭାପୁର ଥାନା ଅଧିକାରୀଙ୍କ ସହିତ ତିଗିରିଆ ଥାନା ପୁଲିସ୍ ଆଶ୍ରମରେ ପହଞ୍ଚି ଅପହରଣ ହୋଇଥିବା ଯୁବତୀଙ୍କ ବିଷୟରେ ବାବାଙ୍କୁ ପଚରାଉଚରା କରିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ପାନଥିଲେ। ପରେ ପୁଲିସ୍ ଟିମ୍ ବାବାଙ୍କ କାର ଯାଞ୍ଚ କରିଥିଲା। ଗାଡ଼ିରୁ ଜିନ୍ସ ପ୍ୟାଣ୍ଟ, ଯୌନ ଉଦ୍ଦିପନା ବଟିକା, ବେଲ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।
ଏନେଇ ପୁଲିସ୍ ତାଙ୍କୁ ପଚରାଉଚରା କରିଥିଲା। ହେଲେ ବାବାଙ୍କଠାରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲା ପୁଲିସ୍। ତେଣୁ ତାଙ୍କୁ ପୁଲିସ୍ ଉଠାଇ ନେଇଥିବା ଜଣାପଡ଼ିଛି। ହେଲେ ଯୁବତୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି। ତେବେ ଫଟୋ ଗୁଡ଼ିକ ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି। ଯେଉଁଥିରେ ବାବା ଜଣେ ଯୁବତୀଙ୍କୁ ଧରି ଲିପ୍ କିସ୍ କରୁଥିବା ଦେଖିବାକୁ ମିଳିଛି। ବାବା ସମ୍ପୃକ୍ତ ଯୁବତୀଙ୍କ ଖାଲି କିସ୍ କରୁନାହାନ୍ତି, ବରଂ ତାଙ୍କୁ କୁଣ୍ଢାଉଥିବା ଫଟୋରେ ଦେଖିବାକୁ ମିଳିଛି। ଚର୍ଚ୍ଚା ହେଉଛି କିସ୍ ଦେଉଥିବା ଯୁବତୀଙ୍କୁ କୁଆଡେ ବାବା ଅପହରଣ କରିଛନ୍ତି। ସିଏ ତାଙ୍କ ସହିତ ମୌଜ ମଜଲିସ୍ କରୁଥିବା ଅଭିଯୋଗ ହେଉଛି। ତାଙ୍କ ସହିତ କୁଆଡେ ବାବା ପୁରୀ ଯାଇଥିବା ଚର୍ଚ୍ଚା ହେଉଛି।