ଶୁକ୍ରବାର ଡଲାର ତୁଳନାରେ ଟଙ୍କା ପାଞ୍ଚ ପଇସା ମଜବୁତ ହୋଇ ୮୫.୨୫ ରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ, ଶୁକ୍ରବାର ବ୍ରେଣ୍ଟ କ୍ରୁଡ (କ୍ରୁଡ ବଜାରର ମାନଦଣ୍ଡ) ମୂଲ୍ୟରେ ମଧ୍ୟ ଗତ ତିନି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଏହା ୩.୨୬ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୬୭.୮୭ ଡଲାର ସ୍ତରରେ ପହଞ୍ଚିଛି।ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀମାନେ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦ୍ୱାରା ପାରସ୍ପରିକ ଶୁଳ୍କ ଲାଗୁ ହେବା ପରେ ଯେଭଳି ବିଶ୍ୱ ପରିବେଶ ସୃଷ୍ଟି ହେଉଛି ତାହାକୁ ବିଚାର କରି ସତର୍କ ରହିବାକୁ ପଡିବ।ଏହି ଏଜେନ୍ସି ଆକଳନ କରିଛି ଯେ ଛଅ ମାସ ପାଇଁ ଅଶୋଧିତ ତେଲର ମୂଲ୍ୟ ୭୫-୮୦ ଡଲାର ରହିବ। ଏବେ ମୂଲ୍ୟ ସ୍ବତନ୍ତ୍ର ଗବେଷଣା ଏଜେନ୍ସିଗୁଡ଼ିକର ଆକଳନଠାରୁ କମ ହୋଇଯାଇଛି ଏବଂ କିଛି ଅନ୍ତର୍ଜାତୀୟ ଏଜେନ୍ସି କହିଛନ୍ତି ଯେ ଏହା ଆହୁରି କମ ହେବ।