ନମ୍ବର ୮ର ବ୍ୟକ୍ତି ବିଶେଷଙ୍କ ଜାତକରେ ଶନିଦେବଙ୍କ କୃପା ସର୍ବଦା ରହିଥାଏ । ବର୍ଷ ବର୍ଷ ପରିଶ୍ରମ-ସଂଘର୍ଷ ପରେ ବଡ ସଫଳତା ମିଳିଥାଏ । ସୁଖସମୃଦ୍ଧି, ଉଚ୍ଚ ପଦବୀ, ସମ୍ମାନ ଓ ଖୁବ୍ ଧନ ପ୍ରାପ୍ତି ହୋଇଥାଏ।ଏମାନେ ସହଜରେ ଅନ୍ୟ ଉପରେ ଭରସା କରିବା ସହ ଶୀଘ୍ର ବନ୍ଧୁତା କରି ଥାଆନ୍ତି।ଏମାନେ ରାଜନୀତି, ବ୍ୟବସାୟ ଆଦିରେ ଖୁବ ସୁନାମ ଅର୍ଜନ କରି ଥାଆନ୍ତି। ଏମାନେ ପରିଶ୍ରମୀ, ସଚ୍ଚୋଟ, ନ୍ୟାୟପ୍ରିୟ ହୋଇ ଥାଆନ୍ତି । ଏମାନଙ୍କୁ ଜୀବନର ଆରମ୍ଭରେ ଅନେକ ସଂଘର୍ଷ କରିବାକୁ ପଡିଥାଏ, ମାତ୍ର ବୟସ ବଢିବା ସହ ଏମାନଙ୍କୁ ଖୁବ୍ ସଫଳତା ଓ ଶନି ଦେବଙ୍କ ବିଶେଷ କୃପା ମିଳିଥାଏ।