ଘରେ ଟଙ୍କା ପଇସାର ଅଭାବ ଦେଖାଯାଉଥିଲେ, ଶୁଭଦିନ ଦେଖି ଘରକୁ ମୟୂରପୁଚ୍ଛଟିଏ କିଣିଆଣି ଠାକୁର ଘରେ ରଖିଦେବେ। ଆଉ କିଣିଲାବେଳେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବିଶ୍ୱାସ ରହିଛି। ପିଲାଙ୍କ ଷ୍ଟଡି ରୁମ୍ ହେଉ ଅଥବା ସେମାନଙ୍କ ପଢା ଟେବୁଲ୍ ଉପରେ ମୟୂରପୁଚ୍ଛ ରଖିଲେ ସେମାନଙ୍କର ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।ଆଉ ଯଦି ଘରେ ରାହୁ ଦୋଷ ଥାଏ, ତେବେ ୮ଟି ମୟୂରପୁଚ୍ଛକୁ ଘରର ଉତ୍ତର-ପୂର୍ବ ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଧ୍ୟାନଦେବେ ଯିବା ଆସିବା ସମୟରେ ଯେମିତି ସମସ୍ତଙ୍କର ଦୃଷ୍ଟି ଏହି କବାଟ ଉପରେ ପଡୁଥିବ।