ଭାରତ ସମ୍ପର୍କରେ କଥାବାର୍ତ୍ତା ହେବା ସଂପୂର୍ଣ୍ଣ ରୂପେ ବ୍ୟାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏସିସି ପୁରୁଷ ଟି-୨୦ ଏମର୍ଜିଂ ଟିମ ଏସିଆ କପ ଆରମ୍ଭ ହେବାକୁ ଯାଉଥିବା ବେଳେ ପାକିସ୍ତାନ ଡ୍ରେସିଂ ରୁମରେ ଏପରି ଫତୱା ଜାରି କରାଯାଇଥିବା ହାରିସ କହିଛନ୍ତି।ଅକ୍ଟୋବର ୧୯ରେ ପାକିସ୍ତାନ ଏ ତା’ର ପ୍ରଥମ ମ୍ୟାଚ୍ରେ ଭାରତ ବିପକ୍ଷରେ ଖେଳିବ। ଏହାପୂର୍ବରୁ ହାରିସ ଦେଇଥିବା ଗୋଟିଏ ସାକ୍ଷାତକାରର ଭିଡିଓ ଭାଇରାଲ ହେବାରେ ଲାଗିଛି।ସେ କହିଛନ୍ତି, “ଆପଣଙ୍କୁ ଗୋଟିଏ କଥା କହୁଛି, ପ୍ରଥମଥର ପାଇଁ ଡ୍ରେସିଂ ରୁମରେ ଭାରତ ସମ୍ପର୍କରେ କଥାବାର୍ତ୍ତା କରିବା ଉପରେ ରୋକ ଲଗାଇଯାଇଛି। ଆମକୁ ଭାରତ ସମ୍ପର୍କରେ କଥା ହେବାକୁ ସଂପୂର୍ଣ୍ଣ ରୂପେ ମନା କରାଯାଇଛି। ଆମକୁ ଭାରତ ସମ୍ପର୍କରେ ଭାବିବାର ନାହିଁ।