ଭାରତୀୟ ବାଇକ ମାର୍କେଟରେ ନୂଆ ବାଇକ ଲଞ୍ଚ କରିଛି ରୟାଲ ଏନଫିଲ୍ଡ । ଏହି ନୂଆ ବାଇକର ନାଁ ରହିଛି ‘ଗୋଅନ କ୍ଲାସିକ ୩୫୦’ । ମୋଟୋଭର୍ସ ରାଇଡିଂ ଫେଷ୍ଟିଭାଲରେ କମ୍ପାନି ଏହି ବାଇକକୁ ଲଞ୍ଚ କରିଛି। ଉଲ୍ଲେଖଯୋଗ୍ୟ, ରୟାଲ ଏନ୍ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ସମ୍ପର୍କିତ ଫିଚର ଓ ୩୫୦ ସିସି ଟ୍ବିନ ସିଲିଣ୍ଡର ଇଞ୍ଜିନ ସାମିଲ ରହିଛି।ଗୋଅନ କ୍ଲାସିକରେ ରୟାଲ ଏନଫିଲ୍ଡର ପ୍ରିମିୟମ ୬୫୦ସିସି ରେଞ୍ଜ ଭଳି ମେଟାଲ ସ୍ବିଚ କ୍ୟୁବ୍ସ ରହିଛି। ଏହାକୁ ଚାରିଟି ଆକର୍ଷଣୀୟ କଲର ଅପ୍ସନରେ ଲଞ୍ଚ କରାଯାଇଛି। ବାଇକର ସିଟ ଉଚ୍ଚତା ୭୫୦ ମିମି ରହିଛି। ଏପରି କି ଏହାର ୨-୧ ଏକ୍ଜଷ୍ଟ ଇଞ୍ଜିନର ସୁବିଧା ମଡେଲର ଗୁଣାତ୍ମକତାକୁ ବଢ଼ାଉଛି। ଏଥିରେ ଦ୍ୱୈତ ଉଦ୍ଦେଶ୍ୟ ଉପଯୋଗୀ ଟାୟାର ଓ ବଦଳିପାରୁଥିବା ଏବିଏସ୍ ମଧ୍ୟ ସାମିଲ ରହିଛି। ସେହିପରି ଏହି ମଡେଲ ଓଡ଼ିଶା ବଜାରର ବ୍ରାଣ୍ଡ ଶୋ’ରୁମ ଗୁଡ଼ିକରେ ବିଭିନ୍ନ ଭାରିଆଣ୍ଟ ସହ କଲର ମଧ୍ୟ ଉପଲବ୍ଧ ରହିଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।