ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ LTR ଶିକ୍ଷକ ନିଯୁକ୍ତି ପାଇବେ। ବୟସ ସୀମା: ଜାନୁଆରୀ ୧, ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଜରୁରୀ।ବିଜ୍ଞପ୍ତି ଅନୁଯାୟୀ, ଏହି ବିଜ୍ଞାପନ ସାମୟିକ ଭାବରେ ଏକ ସୂଚନା ଅଟେ। ଶିକ୍ଷାଗତ ଯୋଗ୍ୟତା, ସିଲାବସ୍, ଯୋଜନା ଏବଂ ପରୀକ୍ଷାର ଢାଞ୍ଚା ସମ୍ବନ୍ଧୀୟ ବିବରଣୀଗୁଡିକ ବିସ୍ତୃତ ବିଜ୍ଞାପନରେ ପ୍ରକାଶ ପାଇବ।