ଆନ୍ଦୋଳନରୁ ଓହରିଲା ଓଆରଏସ୍ ସଂଘ । ଏହା ପରେ ଜରୁରୀ ସେବାରେ ଯୋଗଦେବେ । ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କାର୍ଯ୍ୟରେ ଯୋଗଦେବେ । ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଆରଏସ୍ ସଂଘ । ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀଙ୍କ ଅନୁରୋଧ କ୍ରମେ କାର୍ଯ୍ୟରେ ଯୋଗଦେବେ ORS ଅଫିସର। ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସର କାର୍ଯ୍ୟରେ ଯୋଗଦେବେ। ହେଲେ ଆନ୍ଦୋଳନରୁ ସିନା ଓହରିଛନ୍ତି, ହେଲେ ଏବେବି OAS ସଂଘର ଦାବିକୁ ସମର୍ଥନ କରୁଛି ଓଆରଏସ୍ ସଂଘ।
ସେପଟେ ଏବେବି ନିଜ ଦାବିରେ ଅଟଳ ରହିଛି OAS ସଂଘ। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ OAS ସଂଘର ଚେତାବନୀ। ସଂଘର ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି କରିଛି ସଂଘ।ଓଆରଏସ୍ ସଂଘ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବୈଠକ କରିଥିଲେ । ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । ସମୂହ ଛୁଟିରେ ଥିବା ଓଆରଏସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବୁଝାଇଥିଲେ ।