ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ କରାଯାଇଛି। ରବିବାର ଏହି ପରୀକ୍ଷାଗୁଡିକ ହେବାକୁ ଥିବା ବେଳେ ଓପିଏସସି ଏହାକୁ ବାତିଲ କରିଛି।ପଦାର୍ଥ ବିଜ୍ଞାନ, ଗଣିତ ଏବଂ ଓଡ଼ିଆ ବିଷୟର ଅପ୍ସନାଲ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ କରିଛନ୍ତି ଓପିଏସସି ସଂପାଦକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଜି ବାତିଲ ପରୀକ୍ଷାଗୁଡ଼ିକ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ।