ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ମିସ୍ ଥାଇଲାଣ୍ଡ । ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗସ୍ରିଙ୍କୁ ବିଜେତା ଘୋଷଣା କରାଯାଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ମିସ୍ ୱାର୍ଲଡ କାର୍ଯ୍ୟକ୍ରମ । ବିଶ୍ବରୁ ସୁନ୍ଦରୀଙ୍କୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସୁଚାତା ଚୁଆଙ୍ଗସ୍ରି ୨୦୦୩ ମସିହାରେ ଥାଇଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ମିସ୍ ୱାର୍ଲ ପୂର୍ବରୁ ମିସ୍ ଥାଇଲାଣ୍ଡ ଟାଇଟଲ ତାଙ୍କ ନାଁରେ ରହିଛି।ସୁଚାତା ଚୁଆଙ୍ଗସ୍ରିଙ୍କ ଜନ୍ମ ୨୦ ସେପ୍ଟେମ୍ବର ୨୦୦୩ରେ ଥାଇଲାଣ୍ଡରେ ହୋଇଥିଲା। ସୁଚାତା ଚୁଆଙ୍ଗସ୍ରି ‘ମିସ୍ ୟୁନିଭର୍ସ ୨୦୨୪’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଥାଇଲାଣ୍ଡର ପ୍ରତିନିଧିତ୍ୱ କରିଥିଲେ । ସେତେବେଳେ ସେ ତୃତୀୟ ରନର୍ସଅପ୍ । କାଜୋନକିଏତ୍ସୁକ୍ସା ସ୍କୁଲରୁ ସେ ପାଠ ପଢ଼ା ସମାପ୍ତ କରିଛନ୍ତି । ସେ ପଲିଟିକ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ଡିଗ୍ରୀ ହାସଲ କରିଛନ୍ତି ।