ବଲିଉଡ୍, ଟଲିଉଡ୍ ପରେ ଏବେ ଓଲିଉଡ୍ ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର। ଜୀବନରେ ଅନେକ ହିଟ୍ ଫିଲ୍ମ ଦେବା ପରେ ଏବେ ବୋନି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମୁହାଁ। ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ହାତ ବଢ଼ାଇବେ ବୋଲି କହିଛନ୍ତି । ଓଡ଼ିଶାରେ ସୁଟିଂ କରିବା ପାଇଁ ଭଲ ସ୍ପଟ୍ ଥିବା କହିଛନ୍ତି ବୋନି । ଆସନ୍ତା ୧୬ରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ସେଲିବ୍ରିଟି କ୍ରିକେଟ ଲିଗ୍ । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର ।ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ବୋନି କପୁରଙ୍କ ନିଷ୍ପତିକୁ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସ୍ବାଗତ କରିଛନ୍ତି। ଏହାଦ୍ବାରା ସିନେ ପ୍ରୋଜୋଜକ, ଅଭିନେତା ଅଭିନେତ୍ରୀଙ୍କ ସମେତ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଫାଇଦା ପାଇବେ ବୋଲି କହିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।