ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ମଞ୍ଚ ସଜା ସରିଥିବା ବେଳେ ଅତିଥିମାନେ ଆସିବା ଆରମ୍ଭ କରିଛନ୍ତି । ୱାଶିଂଟନ୍ ଡିସିରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ୨୦୨୫ ଜାନୁୟାରୀ ୨୦ ତାରିଖ ମଧ୍ୟାହ୍ନ ୧୨ଟା (ଭାରତୀୟ ସମୟ ରାତି ପ୍ରାୟ ୧୦ଟା ୩୦)ରେ ଟ୍ରମ୍ପ୍ ଶପଥ ଗ୍ରହଣ କରିବେ ।ଭାରତ ସମେତ ସାରା ବିଶ୍ୱର ଲୋକମାନେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଉତ୍ସାହିତ। ଶପଥ ଗ୍ରହଣ ଉତ୍ସବ ଆମେରିକା କ୍ୟାପିଟଲର ରୋଟୁଣ୍ଡା ଭିତରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ।ଏହା ପୂର୍ବରୁ ଆୟୋଜିତ ଡିନରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ଚେୟାରପର୍ସନ ନୀତା ଅମ୍ବାନୀ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ସ୍ଵତନ୍ତ୍ର ଅବସରରେ ବିଶ୍ୱର ବହୁ ବଡ଼ ବଡ଼ ଶିଳ୍ପପତି, ବ୍ୟାପାର ଜଗତର ନେତା ଏବଂ ଟ୍ରମ୍ପଙ୍କ କ୍ୟାବିନେଟର ମନୋନୀତ ସଦସ୍ୟମାନେ ଉପସ୍ଥିତ ଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।