୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ କଟକର ହର ପଟ୍ଟନାୟକଙ୍କ ଜନ୍ମ । ଛୋଟ ବେଳୁ କଳା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ମଞ୍ଚ, ନାଟକ ପ୍ରତି ଆକୃଷ୍ଟ କରିଥିଲା । ଧୀରେ ଧୀରେ ନିଜର ମଞ୍ଚ ଏବଂ ନାଟକରେ ଅଭିନୟ କରୁ କରୁ ପାଦ ଥାପିଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରି । ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ବ୍ୟତୀତ ହର ପଟ୍ଟନାୟକ ଓଲିଉଡ୍ ଇଣ୍ଡଷ୍ଟ୍ରିର ଷ୍ଟାର ମେକର୍ ଭାବେ ବେଶ୍ ଜଣାଶୁଣା ଥିଲେ । ଖାସ୍ କରି ନୂଆ ନୂଆ ହିରୋଙ୍କୁ ଫିଲ୍ମରେ ଚାନ୍ସ ଦେବା ନେଇ ହର ପଟ୍ଟନାୟକଙ୍କ ବେଶ୍ ଜଣାଶୁଣା ଥିଲେ । ସେ ୨୦୦୪ରେ ଆଇ ଲଭ୍ ୟୁ ଫିଲ୍ମ ଜରିଆରେ ଅନୁଭବ ପଟ୍ଟନାୟକଙ୍କୁ ଚାନ୍ସ ଦେବା ହେଉ କି ୨୦୦୭ରେ ଆସିଥିବା ପାଗଳ ପ୍ରେମୀରେ ସବ୍ୟସାଚୀଙ୍କ ହିରୋ କରିବା ।
ଏହାବ୍ୟତୀତ ୨୦୦୯ରେ ଆସିଥିବା ରୋମିଓ ଦ ଲଭର ବୟରେ ବାବୁଶାନ୍ଙ୍କୁ ହିରୋ ଭାବେ ଓଲିଉଡ୍ରେ ଏଣ୍ଟ୍ରି କରାଇବା । ଯାହାକି ପରବର୍ତ୍ତୀ ସମୟରେ ଏହି ସବୁ ହିରୋ ମାନେ ହିଁ ଓଲିଉଡ୍ରେ ଜଣେ ଜଣେ ମେଗାଷ୍ଟାର ଭାବେ ପରିଚିତ ହୋଇଥିଲେ । ନାଇଁ ନାଇଁ ମ ଆମ ଓଡିଶାରେ ଏମିତି ହୁଏନି, କିରେ ବିଷୁ ଏ ଜଙ୍ଗଲି ହରଣୀଟା କିଏ କିରେ… ଏମିତି କିଛି ଦମ୍ଦାର ଏବଂ ମଜାଦାର ଡାଇଲଗ୍ କହି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଲୋକଟି ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ସବୁ ଦିନ ପାଇଁ ଓଲିଉଡ୍ର ଇଣ୍ଡଷ୍ଟ୍ରିର କିଙ୍ଗ ମେକର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ।