ଅକ୍ଟୋବର ୧୦ ଏବଂ ୧୧ ମଧ୍ୟରାତ୍ରିରେ ଦକ୍ଷିଣ ପୂର୍ବ ଦିଲ୍ଲୀର ସାର କାଲେ ଖାନ ଫ୍ଲାଏ ଓଭର ନିକଟରେ ୩୪ ବର୍ଷ ବୟସ୍କା ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଅନ୍ୟସ୍ତ ବଳାତ୍କାର କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ପୋଲିସ କହିଛି।। ଭୋର ପ୍ରାୟ ୩ଟା ୩୦ରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମହିଳା ଜଣଙ୍କ ଘର ଓଡ଼ିଶାର । ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରହୁଛନ୍ତି । ସେ ଜଣେ graduate ଓ nursing course ମଧ୍ୟ କରିଛନ୍ତି । ସାଉଥ ଦିଲ୍ଲୀରେ ଘର ଭଡ଼ା ନେଇ ମହିଳା ଜଣକ ରହୁଥଲେ । ଅଧିକାରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏକାଧିକ ଦଳ ଗଠନ କରାଯାଇଛି।
ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାର ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ ସମୀକ୍ଷା କରୁଛି। “ପୀଡିତା ବର୍ତ୍ତମାନ ସ୍ପଷ୍ଟ ବିବରଣୀ ପ୍ରଦାନ କରିବାରେ ଅସମର୍ଥ। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେମାନେ ଓଡିଶାରୁ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ବୋଲି ଡିସିପି କହିଛନ୍ତି।