ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲା ସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି। ଏତଦ୍ଦ୍ୱାରା ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି।ଆସନ୍ତା ୩, ୪ ମାସ ଭିତରେ ଆଉ ୫ ଲକ୍ଷ ଜମାକାରୀ କ୍ଷତିପୂରଣ ପାଇବେ ।। ଗତ ୧୦ ବର୍ଷରେ ୨ ଲକ୍ଷ ୭୯ ହଜାର ୧୦୯ ଜଣଙ୍କୁ ଫେରସ୍ତ ହୋଇଥିଲା ୧୧୯ କୋଟି ଟଙ୍କା।ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।