ଓଡ଼ିଶା ସରକାର ତିନୋଟି ଘରୋଇ ବ୍ୟାଙ୍କ—ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କଙ୍କୁ ରାଜ୍ୟ ସରକାରୀ ସଂସ୍ଥା ଓ ବିଭାଗମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ବ୍ୟାଙ୍କ ତାଲିକାରୁ ବାଦ ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ଏ ସମ୍ପର୍କରେ ଅର୍ଥ ବିଭାଗ ଆଜି ଏକ ବିଜ୍ଞପ୍ତି ଜାରି କରିଛି।୩ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ HDFC, ICICI, ଆକ୍ସିସ ବ୍ୟାଙ୍କ ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।