‘ଦମନ’ ପରି ଏକ ସଫଳ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହେବା ସହ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିବା ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ଶୀର୍ଷକ ଘୋଷଣା କାର୍ଯ୍ୟକ୍ରମ ରେ କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିବା ସହ ସେ ସମୟର ଅନୁଭୂତି ବଖାଣି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଡିଓପି ପ୍ରତାପ ରାଉତ ଏବଂ ଅନ୍ୟାନ୍ୟ କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ ନାମୀ ଦାମୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।ପ୍ରଭାବିତ କଲାଭଳି ବଳିଷ୍ଠ ଓ ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ସୌନ୍ଦର୍ଯ୍ୟମୟୀ ଅଭିନେତ୍ରୀ ଦିବ୍ୟାସ୍ନାତା।