ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ ପାଇଁ ଓଏଏସ ସଂଘର ଦୃଢ଼ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଏଏସ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସାଧାରଣ ସେବା ବ୍ୟବସ୍ଥା ଉପରେ ବୋଲି ସଂଘ କହିଛି । ଫିଲ୍ଡରେ କାର୍ଯ୍ୟରତ ଅଫିସରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ସଂଘ ଦାବି କରିଛି ।ମାଷ୍ଟରମାଇଣ୍ଡ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏଥିସହ କ୍ଷେତ୍ରସ୍ତରୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ତହସିଲଦାର, ଉପଜିଲ୍ଲାପାଳ, ବିଡିଓ ଓ ଇଓଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉ । ଅତିରିକ୍ତ କମିଶନରଙ୍କୁ ନିସ୍ତୁକ ମାଡ଼ ମରା ଘଟଣାକୁ ସରକାର ସାର୍ବଜନୀନ ଭାବେ ନିନ୍ଦା କରନ୍ତୁ ।