ଦୀପାବଳିରେ ମୋବାଇଲ ଆପ୍ ଶୁଭାରମ୍ଭ କରିଛି ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନ୍ଏସ୍ଇ)। ଏଥିସହ ସମ୍ପୂର୍ଣ୍ଣ ଦେଶର ନିବେଶକଙ୍କ ପାଇଁ ୱେବ୍ସାଇଟ୍ରେ ଓଡ଼ି ସମେତ ୧୧ଟି ଆଞ୍ଚଳିକ ଭାଷାରେ ଆର୍ଥିକ ତଥ୍ୟ ପ୍ରଦାନ କରିଛି ଏନ୍ଏସ୍ଇ।ଏହି ୧୧ଟି ଭାଷା ହେଉଛି ଓଡ଼ିଆ, ବେଙ୍ଗଲି, ଆସାମୀ, କନ୍ନଡ଼, ମାଲାୟାଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ, ହିନ୍ଦୀ, ମରାଠୀ ଓ ଗୁଜରାଟୀ। ଏଥିସହ ଏକ ମୋବାଇଲ ଆପ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହା ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପ୍ଲାଟ୍ଫର୍ମେର ବ୍ୟବହାରକାରୀଙ୍କୁ ପୁଞ୍ଜିବଜାର ସୂଚନା ପ୍ରଦାନ କରିବ।ନିବେଶକଙ୍କୁ ସେମାନଙ୍କ ମାତୃଭାଷାରେ ପୁଞ୍ଜି ବଜାର ସୂଚନା ପ୍ରଦାନ କରି ନିବେଶକଙ୍କୁ ସଶକ୍ତ କରିବା ପାଇଁ ଏହି ୱେବ୍ସାଇଟ ଓ ଆପ୍ ପ୍ରସ୍ତୁତ କରାଯାଇଛି